18 ଡିସେମ୍ବର 2023

ଯେକୌଣସି ଦିନ ପିଓକେରେ ତ୍ରିରଙ୍ଗା ଉଡ଼ିପାରେ : କେନ୍ଦ୍ରମନ୍ତ୍ରୀ


ନୂଆଦିଲ୍ଲୀ : ଗତ କିଛି ଦଶନ୍ଧି ଧରି ପାକିସ୍ତାନ ଜମ୍ମୁକଶ୍ମୀରର ଏକ ଅଂଶ ଦଖଲ କରିଛି । ୨୦୨୪ ଲୋକ


ସଭା ନିର୍ବାଚନ ପୂର୍ବରୁ ପାକିସ୍ତାନ ଅଧିକୃତ


କଶ୍ମୀର(ପିଓକେ)କୁ ଭାରତ କବ୍ଜା କରି ପୁଣିଥରେ


ଭାରତରେ ସାମିଲ ହେବ କି? ପାର୍ଲାମେଣ୍ଟର ଶୀତକାଳୀନ


ଅଧିବେଶନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ


ଅଭିଭାଷଣ ପରେ ଏଭଳି କଳ୍ପନାଜଳ୍ପନା ବୃଦ୍ଧି ପାଇଛି ।


ଏହି କ୍ରମରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିଶିତ ପରମାଣିକ


ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତାକାର ଦେଇ ଏହା


ଅସମ୍ଭବ ନୁହେଁ । ପିଓକେରେ ଯେକୌଣସି ଦିନ ତ୍ରିରଙ୍ଗା


ଉଡ଼ିପାରିବ ବୋଲି ସେ ବଡ଼ ବୟାନ ଦେଇଛନ୍ତି । ଶାହାଙ୍କ


ବିବୃତ୍ତିକୁ ନେଇ ନିଶିତ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ


ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭଳି


କଠୋର ନିଷ୍ପତ୍ତି ନେବା ଲୋକ ରହିବେ ତେବେ କିଛି ବି


ହୋଇପାରେ । ଯଦି ଧାରା ୩୭୦ କଶ୍ମୀରରୁ ଉଚ୍ଛେଦ


ହୋଇପାରିବ ଏବଂ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ିପାରିବ


ତେବେ ଦିନେ ଆପଣ ସକାଳୁ ଉଠି ପିଓକେରେ ଭାରତୀୟ


ପତାକା ଉଡ଼ୁଥିବା ମଧ୍ୟ ଦେଖିପାରିବେ । ଏହା ଅସମ୍ଭବ


କଥା ନୁହେଁ । ଦୁଇଜଣ ଶକ୍ତିଶାଳି ବ୍ୟକ୍ତି ଏବେ ଦେଶର


ନେତୃତ୍ୱ ନେଉଛନ୍ତି । ସେମାନେ ଦେଶର ସମ୍ମାନ ଏବଂ


ସ୍ୱାର୍ଥ ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିପାରିବେ ।


ଏପରିକି ଭାଜପା ପିଓକେକୁ ଭାରତର ଏକ ଅଂଶ ଭାବେ


ମାନେ ବୋଲି ସେ କହିଛନ୍ତି । ଏହାଛଡ଼ା ଲୋକ ସଭା


ନିର୍ବାଚନ ପୂର୍ବରୁ ପିଓକେ ଭାରତରେ ସାମିଲ ହେବ କି


ପ୍ରଶ୍ନର ଜବାବରେ ଭାଜପା ନେତା କହିଛନ୍ତି, ତାହା ମୁଁ


କହିପାରିବି ନାହିଁ । ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ କାମ


କରିବା ପୂର୍ବରୁ କିଛି କୁହନ୍ତି ନାହିଁ । ଧାରା ୩୭୦


ହଟାଯିବାର ୨ ଦିନ ପୂର୍ବରୁ ଏ ବିଷୟରେ କୌଣସି ସୂଚନା


ନ ଥିଲା । ପିଓକେ ଏବେ ପାକିସ୍ତାନର ଅଂଶ ଥିଲେ ହେଁ


ଏହା ଭାରତର ବୋଲି ସେ କହିଛନ୍ତି ।

Comments