- Get link
- X
- Other Apps
By ଆଜିର ଖବର
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
*ଖବର ଆଜିର*
ତାରିଖ ୨୯/୦୯/୨୦୨୩ ଶୁକ୍ରବାର ।।
अंगदाता परिवार भगवान के समान और अंगदान भी
*ଖବର ଆଜିର*
ତାରିଖ ୩୦/୦୯/୨୦୨୩ ଶନିବାର ।।
ମେନକା ଗାନ୍ଧିଙ୍କ ଉପରେ ୧୦୦ କୋଟିର ମାନହାନୀ ମାମଲା ରୁଜ୍ଜୁ କଲା ଇସ୍କନ୍ ।
ମହିଳା ସଂରକ୍ଷଣ ବିଲ୍କୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ। ଆଇନ୍ର ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍ ବା ‘ନାରୀ ଶକ୍ତି ବନ୍ଦନ’ ଅଧିନିୟମ। ସଂସଦର ସ୍ବତନ୍ତ୍ର ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭାରୁ ପାରିତ କରାଯାଇଥିବା ଏହି ଐତିହାସିକ ମହିଳା ସଂରକ୍ଷଣ ବିଲ୍ ଏବେ ଆଇନ୍ରେ ପରିଣତ ହୋଇଛି।
ଭାରତରେ ବଡ଼ ନିବେଶ କରିବ ଆମାଜନ୍। ଶୁକ୍ରବାର ଏଭଳି ଘୋଷଣା ଇ-କମର୍ସ କମ୍ପାନି । ରାଜଧାନୀ ଦିଲ୍ଲୀରେ ଆୟୋଜିତ ଆମାଜନ ସମ୍ଭବ ସମ୍ମିଳନୀ (Amazon Sambhav Summit)ରେ କମ୍ପାନି ଭାରତର ଡିଜିଟାଲ ଅର୍ଥନୀତିକୁ ପ୍ରୋତ୍ସାହନ ଦେବାକୁ ୧.୪୦ ଲକ୍ଷ କୋଟିର ନିବେଶ କରିବ ବୋଲି ଘୋଷଣା କରିଛି।
ନେଟ୍ଫ୍ଲିକ୍ସ ପରେ ଡିଜ୍ନୀ+ହଟଷ୍ଟାର ବନ୍ଦ କରିବ ଓଟିପି ସେୟାରିଂ ।
ଆସିଲା ଆଗାମୀ ହିନ୍ଦୀ ଫିଲ୍ମ ‘ଗଣପତ’ ପ୍ରଥମ ଟିଜର: ଦେଖିବାକୁ ମିଳିଲା ଟାଇଗର ଶ୍ରଫଙ୍କ ଜବରଦସ୍ତ ଅନ୍ଦାଜ ।
ଇଣ୍ଡିଆ ମେଂଟରେ ଫାଟ ନେଇ ପୁଣି ଧରିଲା ଚର୍ଚ୍ଚା: ପଂଜାବରେ କଂଗ୍ରେସ ବିଧାୟକ ଗିରଫ ହେବା ପରେ ପଦାରେ ପଡିଲା କଂଗ୍ରେସ-ଆପ କଳି ।
ରାଜନୈତିକ ଚାପ ଯୋଗୁ ଆତଙ୍କବାଦୀ ଓ ଉଗ୍ରବାଦୀମାନଙ୍କୁ ସ୍ଥାନ ଦେଉଛି କାନାଡ଼ା: ଏସ୍ ଜୟଶଙ୍କର ।
ଅକ୍ଟୋବରରୁ ଡିସେମ୍ବର ତ୍ରୟମାସ ପାଇଁ ସରକାର କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ଘୋଷଣା କରିଛନ୍ତି। ସରକାର ୫ ବର୍ଷିଆ ରିକରିଂ ଡିପୋଜିଟ୍ (ଆରଡି) ଉପରେ ସୁଧ ହାର ବୃଦ୍ଧି କରିଛନ୍ତି। ତେବେ ଗୋଟିଏ ସ୍କିମ୍ ବ୍ୟତୀତ ଅନ୍ୟ କୌଣସି ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମାରେ ପରିବର୍ତ୍ତନ ଉଚିତ ନୁହେଁ: ବିଧି ଆୟୋଗ ।
ରତ୍ନଭଣ୍ଡାର ସମ୍ପର୍କିତ ମାମଲାରେ ଆସିଲା ବଡ଼ ରାୟ : ଗଠନ ହେବ ଉଚ୍ଚସ୍ତରୀୟ କମିଟି ।
ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟା ଦେଢ଼ ଲକ୍ଷ ବଢ଼ିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ଜୁଲାଇ ମାସ ଗ୍ରାହକ ତଥ୍ୟ ଅନୁସାରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୫ ଲକ୍ଷରୁ ଅଧିକ ହୋଇଛି।
ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ସଂଘର୍ଷ କରୁଥିବା ପାକିସ୍ତାନ ପୁଣି ଥରେ ଚୀନ ଓ ସାଉଦି ଆରବ ଆଗରେ ହାତ ପତାଇଛି। ଏହି ଦୁଇ ଦେଶକୁ ପାକିସ୍ତାନ ୧୧୦୦ କୋଟି ଡଲାର ପାଣ୍ଠି ମାଗିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର କହିଛନ୍ତି, ତାଙ୍କ ଦଳ ଇଣ୍ଡିଆ ମେଣ୍ଟକୁ ସମର୍ଥନ ପ୍ରଦାନ କରିବାପାଇଁ ପ୍ରତିଶ୍ରୁତିବଦ୍ଧ।
ବିଶ୍ୱକପ୍ ପୂର୍ବରୁ ୩ ଅଭ୍ୟାସ୍ ମ୍ୟାଚ୍, ନ୍ୟୁଜିଲାଣ୍ଡ ଓ ବାଂଲାଦେଶର ଜବରଦସ୍ତ ବିଜୟ, ବର୍ଷା ଯୋଗୁ ଗୋଟିଏ ମ୍ୟାଚ୍ ରଦ୍ଦ ।
ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି। ଜଷ୍ଟିସ୍ ସୁଭାଶିଷ ତାଳପତ୍ରଙ୍କ ସ୍ଥାନ ନେବେ ଷଡ଼ଙ୍ଗୀ। ଅକ୍ଟୋବର ୪ ତାରିଖରେ ସେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ବୋଲ ସୂଚନା ମିଳିଛି।
ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ମେଡାଲ: ସଟପୁଟ୍ରେ କିରଣ ବାଲିୟାନଙ୍କୁ ବ୍ରୋଞ୍ଚ୍ ।
ସୁପ୍ରଭାତ ,ଶୁଭ ସକାଳ ।
- Get link
- X
- Other Apps
Comments
Post a Comment