ମାର୍ଚ୍ଚ ମାସ ୦୭ ତାରିଖ ୨୦୨୩ ମସିହା(ମଙ୍ଗଳବାର)*ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-


*ଖବର ଆଜିର*
ତାରିଖ ୦୭/୦୩/୨୦୨୩ ମଙ୍ଗଳବାର ।

୪୦୦ ଅଙ୍କ ବଢି ୬୦ ହଜାର ଟପିଲା ସେନସେକ୍ସ, ନିଫ୍ଟି ୧୭,୭୦୦ ଉପରେ, ଦୁଇ ଦିନରେ ୫.୫ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି ।

ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ARYର ଲାଇସେନ୍ସ ବାତିଲ୍, ପ୍ରସାରଣ କରିଥିଲା ଇମ୍ରାନଙ୍କ ଭାଷଣ ।

ଭୁଷଣ୍ଡପୁର ବାଣ ବିସ୍ଫୋରଣରେ ମୃତ ୪ ଜଣଙ୍କ ମର ଶରୀର ଗାଁରେ ପହଞ୍ଚିଛି। ମୃତାହତମାନଙ୍କର ଶବ ବ୍ୟବଚ୍ଛେଦ ପରେ ପୋଲିସ ସହାୟତାରେ ମୃତଦେହ ଗାଁକୁ ଅଣାଯାଇଛି। ଅନ୍ୟ ପଟେ ଏହି ବିସ୍ଫୋରଣରେ ଆହତ ହୋଇ ଚିକିତ୍ସାଧୀନ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ରାବଡି ଦେବୀଙ୍କ ଘରେ ସିବିଆଇ । ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଜେରା।  

ମନୀଷ ସିସୋଦିଆଙ୍କୁ କୋର୍ଟ ଝଟକା। ୨୦ ଯାଏଁ ତିହାର ଜେଲରେ ରହିବେ। 

ତ୍ରିପୁରାରେ ପୁଣି ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମାଣିକ ସାହା ।

ଟିଭି ନ୍ୟୁଜ୍ ଚ୍ୟାନେଲ ଏବଂ ଏଫଏମ୍ ରେଡିଓକୁ ଦୈନିକ ପାଣିପାଗ ପୂର୍ବାନୁମାନ ସୂଚନା ଦେବାକୁ ନିର୍ଦ୍ଦେଶ ଦେଲେ ମୋଦୀ ।

ଅହମଦାବାଦରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଦେଖିବେ ପିଏମ ମୋଦୀ, ଉପସ୍ଥିତ ରହିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ।


ଏବେ ଓଡ଼ିଶାର ଏମଏସଏମଇ ଉଦ୍ୟୋଗୀମାନେ ଜନଶୁଣାଣି ପୋର୍ଟାଲରେ କରିପାରିବେ ଅଭିଯୋଗ ।

SHG ମହିଳାଙ୍କୁ ଦିଆଯବ ଡ୍ରାଇଭିଂ ଟ୍ରେନିଂ, ୨ଲକ୍ଷ ଇସି ସଦସ୍ୟଙ୍କୁ ଇ-ସ୍କୁଟର କ୍ରୟ ପାଇଁ ଋଣ ଯୋଗାଇବେ ରାଜ୍ୟ ସରକାର ।

ମଝି ଆକାଶରେ ଟଳମଳ ହେଲା ହେଲିକପ୍ଟର, ଅଳ୍ପକେ ବର୍ତ୍ତିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ।

ଭୟ ବଢ଼ାଉଛି ଏଚ୍‌୩ଏନ୍‌୨ ଭାଇରସ୍‌, କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ।

ଭିସୁଟ୍‌ ଛାତ୍ରୀ ମୃତ୍ୟୁ ମାମଲା: ନ୍ୟାୟ ମିଳିବା ଭଳି ଲାଗୁନାହିଁ: ମା ।

ଆଦାନି ଘଟଣା ପରେ ରିଜର୍ଭ ବ୍ୟାଙ୍କକୁ ଋଣ ଚିନ୍ତା: ୨୦ ବଡ଼ କଂପାନି ଉପରେ କଡ଼ା ନଜର ।

ସୁଶୀଲଙ୍କୁ ମିଳିଲା ଅନ୍ତରୀଣ ଜାମିନ: ପିତାଙ୍କ ଅନ୍ତିମ ସଂସ୍କାରରେ ହୋଇପାରିବେ ସାମିଲ। 


ସୁପ୍ରଭାତ ,ଶୁଭ ସକାଳ ।

Comments