ମାର୍ଚ୍ଚ ମାସ ୦୨ ତାରିଖ ୨୦୨୩ ମସିହା(ଗୁରୁବାର)ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 

ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-



*ଖବର ଆଜିର*
ତାରିଖ ୦୨/୦୩/୨୦୨୩ ଗୁରୁବାର ।

ପିଣ୍ଟୁ ନନ୍ଦଙ୍କ ପରଲୋକ । ହାଇଦ୍ରାବାଦର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ, ଲିଭର୍ ସିରୋସିସ୍ ରୋଗରେ ଥିଲେ ପୀଡିତ । 

ରାଜ୍ୟର କୌଣସି ସଂଗ୍ରହାଳୟର ଟିକେଟ ୧୦ ଟଙ୍କାରୁ ଅଧିକ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରଙ୍କ ପାଇଁ ସଂପୂର୍ଣ୍ଣ ମାଗଣା ।

ପ୍ରଥମେ ନିର୍ବାଚନ ଜିତିବା ଉପରେ ଧ୍ୟାନ ଦିଅନ୍ତୁ, ବିରୋଧୀଙ୍କ ପିଏମ ଚେହେରା ଉପରେ ଖଡଗେଙ୍କୁ ଅବଦୁଲ୍ଲାଙ୍କ ପରାମର୍ଶ ।

ରିଲିଜ ହେଲା କପିଲଙ୍କ ଫିଲ୍ମର ଟ୍ରେଲର: ଦେଖିବାକୁ ମିଳିଲା ପୂରା ଭୁବନେଶ୍ବରର ଝଲକ ।


ଓସ୍କାର ସମାରୋହରେ ଲାଇଭ୍‌ ପରିବେଷଣ ହେବ ‘ନାଟୁ ନାଟୁ’, ଗୀତରେ ଝୁମିବ ପୂରା ଦୁନିଆ ।

ମହଙ୍ଗା ଉତ୍ପାଦ ଓ ଘରୋଇ ବଜାର ଦେଖାଇଲା ଦମ୍,ଫେବୃଆରୀରେ GST ସଂଗ୍ରହ ହେଲା୧.୪୯ ଲକ୍ଷ କୋଟି ଟଙ୍କା ।

ବିଧାନସଭା ବଜେଟ୍‍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ; ୧୦ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ।

‘ମୁଁ ଅଶିକ୍ଷିତ ଥିବାରୁ ମୋ ଗୀତକୁ ନେଇ ଲୋକେ ଏମିତି କରି‌ବେ ‌ବୋଲି ଭାବି ନଥିଲି’: ‘କାଚା ବାଦାମ’ ଗାୟକ ।

ମଣିଶଙ୍କର ଆୟରଙ୍କ ଝିଅଙ୍କର NGO ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, FCRA ଲାଇସେନ୍ସ ସସପେଣ୍ଡ ।

ମେଟ୍ରୋ ସଂଯୋଗୀକରଣରେ ଭାରତ ଅନେକ ଦେଶକୁ ଟପିଯାଇଛି: ପ୍ରଧାନମନ୍ତ୍ରୀ ।

୨୦୨୩-୨୪ ଶିକ୍ଷାବର୍ଷରେ ଡିପ୍ଲେମା ଇନ୍‌ ଏଲିମେଣ୍ଟାରି ଏଜୁକେସନ (ଡିଇଏଲ୍‌ଇଡି) ତଥା ସିଟି ପାଠ୍ୟକ୍ରମରେ ନାମଲେଖା ହେବ। ଦୁଇ ବର୍ଷ ଧରି ବନ୍ଦ ରହିବା ପରେ ଏଥର ପୁଣିଥରେ ନାମଲେଖା କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ଲାଗି ସଂସ୍ଥା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି।  

ଜାତିସଂଘରେ ପାକିସ୍ତାନକୁ ଟାର୍ଗେଟ୍ କଲା ଭାରତ : ଆତଙ୍କବାଦକୁ ପ୍ରେତ୍ସାହନ ଦେଉଥିବା ଦେଶକୁ ଉତ୍ତରଦାୟୀ କରାଯିବା ଉଚିତ୍ ।

ଖୁବ୍ ଶୀଘ୍ର ପ୍ରାଥମିକ ସ୍କୁଲ ପାଇଁ ୨୦ ହଜାର ଶିକ୍ଷକ ଏବଂ ହାଇ ସ୍କୁଲ ପାଇଁ ମଧ୍ୟ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଲେ ସୂଚନା ।  

+୨ ପରୀକ୍ଷା : ପ୍ରଥମ ଦିବସରେ କପିକରି ୮ ପରୀକ୍ଷାର୍ଥୀ ହେଲେ ଏମ୍‌ପି l ଆଜି କଳା ଓ ବାଣିଜ୍ୟ ପରୀକ୍ଷା ହେବ ।

ସାମାଜିକ ଗଣମାଧ୍ୟମରେ + ୨ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସାଇବର ଥାନାରେ ଦିଆଗଲା ଏତଲା l ତେବେ ଏହା ନକଲି ଏବଂ ଏହା ଉପରେ ବିଶ୍ୱାସ ନକରିବାକୁ ସିଏଚଏସଇ ପକ୍ଷରୁ ଦିଆଗଲା ପରାମର୍ଶ l

ପୁରା ବିଶ୍ୱରେ ଡାଉନ୍ ହେଲା ଟ୍ୱିଟର , ଅସୁବିଧାରେ ୟୁଜର୍ସ, ସୋସିଆଲ ମିଡିଆ ମାଧ୍ୟମରେ କେଲେ ଅଭିଯୋଗ l

ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ କଲେ ଦାୟିତ୍ୱ ଗ୍ରହଣ l

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ l

ଫ୍ରାନ୍ସର ଫୁଟ୍‌ବଲ୍‌ ମହାନ ଜଷ୍ଟ ଫୋଣ୍ଟେନ୍‌ ଙ୍କ (୮୯ ବର୍ଷ)ରେ ହେଲା ଦେହାନ୍ତ l ଗୋଟିଏ ‌ବିଶ୍ବକପ୍‌ରେ ସର୍ବାଧିକ ଗୋଲ୍‌ ଦେବାର କୀର୍ତ୍ତିମାନ ‌ଫୋଣ୍ଟେନ୍‌ (୧୩)ଙ୍କ ନାମରେ ରହିଛି।  

ଏଲନ ମସ୍କଙ୍କର ଟ୍ୱିଟରକୁ ଟକ୍କର ଦେବ ବ୍ଲୁସ୍କାଏ; ସୋସିଆଲ୍ ମିଡିଆରେ ପ୍ଲାଟ୍‌ଫର୍ମରେ ଜ୍ୟାକ୍ ଡର୍ସୀଙ୍କ ଜବରଦସ୍ତ ଏଣ୍ଟ୍ରି ।

Comments