- Get link
- X
- Other Apps
By ଆଜିର ଖବର
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
ଖବର ଆଜିର*
ତାରିଖ ୨୭/୦୨/୨୦୨୩ ସୋମବାର ।
୧-ପୁଣି ଅଷ୍ଟ୍ରେଲିଆ ମହିଳା ଟି-୨୦ ବିଶ୍ବକପ ଚାମ୍ପିଅନ। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୯ରନରେ ହରାଇ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ। ଟି-୨୦ ଫର୍ମାର୍ଟରେ ଷଷ୍ଠ ଥର ପାଇଁ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ। ସ୍କୋର: ଅଷ୍ଟ୍ରେଲିଆ ୧୫୬/୬ ଏବଂ ଦକ୍ଷିଣ ଆଫ୍ରିକା ୧୩୭/୬
୨-ପ୍ରଦୀପ କୁମାର ଜେନା ରାଜ୍ୟର ପରବର୍ତ୍ତୀ ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ ହୋଇଛନ୍ତି, ମାର୍ଚ୍ଚ ୧ ତାରିଖରୁ ସେ ଏହି ଦାୟିତ୍ବ ଗ୍ରହଣ କରିବେ ।
୩-ଏସିଏସ୍ ଅନୁ ଗର୍ଗ ନୂଆ ଉନ୍ନୟନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି, ପ୍ରଦୀପ ଜେନାଙ୍କୁ ପଦୋନ୍ନତି ମିଳିବା ପରେ ତାଙ୍କୁ ନୂଆ ଦାୟିତ୍ବ ମିଳିଛି, ଜଳସମ୍ପଦ ସଚିବ ସହ ଉନ୍ନୟନ କମିଶନର ଦାୟିତ୍ବ ତୁଲାଇବେ ଅନୁ ଗର୍ଗ ।
୪-ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ, ୭୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ, ଧରିତ୍ରୀ, ସମୟ ଆଦି ସମ୍ବାଦପତ୍ରରେ କାମ କରିଥିଲେ ଅଜିତ ।
୫-ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ପିିପିଲି ସ୍ଥିତ ଗୁଡ଼ିଆପୋଖରୀ ନିକଟବର୍ତ୍ତୀ ଶିଉଳାଠାରେ ଥିବା ‘ଦି ଆଡଭେଞ୍ଚର କନଭେନସନ ଆଣ୍ଡ୍ ରିସୋର୍ଟ’ରେ ସେ ପ୍ରିୟଙ୍କା ଅଗସ୍ତୀଙ୍କ ହାତ ଧରିଛନ୍ତି ।
୬-ମନ କି ବାତରେ ଆଜି କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ, ସେ ଅଦରକାରୀ ପଲିଥିନ୍କୁ ବ୍ୟବହାରଯୋଗ୍ୟ କରିଛନ୍ତି ।
୭-ଅବକାରୀ ଦୁର୍ନୀତି ମାମଲାରେ ସିବିଆଇରେ ହାଜର ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।
୮-ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଛନ୍ତି । ଦୀର୍ଘ ସମୟର ଜେରା ପରେ ସିବିଆଇ ତାଙ୍କୁ ଗିରଫ କରିଛି ।
୯-କଣ୍ଟାବାଞ୍ଜି ପତରା ଜଙ୍ଗଲରେ ବରଗଡ଼ ପାଇକମାଳର ଜଣେ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ, ଘଟଣାସ୍ଥଳରୁ ବାଇକ୍ ଠାବ
୧୦-– ଛତିଶଗଡ଼ ନାରାୟଣପୁର ଜିଲ୍ଲା ଓରଛା ଅଞ୍ଚଳରେ କମ୍ବିଂ ବେଳେ ନକ୍ସଲଙ୍କ ଦ୍ୱାରା ବିଛା ଯାଇଥିବା ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ ।
୧୧-ଟ୍ବିଟରରେ ପୁଣି ଛଟେଇ, ମସ୍କଙ୍କ ଅଧିଗ୍ରହଣ ପରେ ୮ମ ଥର ଛଟେଇ ।
୧୨-ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ନୂଆ ଅଧ୍ୟକ୍ଷ ସୁରେଶଚନ୍ଦ୍ର ମହାପାତ୍ର ।
୧୩-ଆଖି ବୁଜିଲେ ବାଲେଶ୍ବରର ଏସିଡ୍ ପୀଡ଼ିତା ବନିତା ସିଂ; ଅଭିଯୁକ୍ତ ସ୍ବାମୀ ଏବେବି ଫେରାର, ପୁଲିସ ପାଉନି ଟେର୍ ।
୧୪-ସୁନ୍ଦରଗଡ କୋଇଡାରେ ଗୁଳିକାଣ୍ଡ, ଢାବା ମାଲିକଙ୍କୁ ଗୁଳି କରି ହତ୍ୟା।
୧୫-ପାନ ମସଲା ବିଜ୍ଞାପନ କରିବା ମୋ ଜୀବନର ସବୁଠୁ ବଡ଼ ଭୁଲ: ଅକ୍ଷୟ କୁମାର ।
୧୬-ଅଜନାଲାରେ ଖଲିସ୍ତାନୀ ସମର୍ଥକଙ୍କ ହିଂସା: ପଞ୍ଜାବ ପୁଲିସକୁ ରିପୋର୍ଟ ମାଗିଲା କେନ୍ଦ୍ର ।
୨୭-ଆଜି ମେଘାଳୟ, ନାଗାଲାଣ୍ଡ ଭୋଟ ।
୧୮-ସତ୍ୟ ପଦାକୁ ଆସିବା ପର୍ଯ୍ୟନ୍ତ ଆଦାନିଙ୍କ ସମ୍ପର୍କରେ ପ୍ରଶ୍ନ ପଚାରୁଥିବୁ : ରାହୁଲ ।
୧୯-ଆର୍ଥିକ ସଙ୍କଟ ପରେ ଔଷଧ ପାଇଁ ଡହଳବିକଳ ପାକିସ୍ତାନ: ୪-୫ ସପ୍ତାହ ଭିତରେ ଆହୁରି ଗମ୍ଭୀର ହେବା ନେଇ କହିଲା ପିଏମଏ ।
୨୦-ନେପାଳ ରାଜନୀତିରେ ହଟଚମଟ। ରାଜନୀତିକ ସମୀକରଣରେ ପରିବର୍ତ୍ତନ ଦର୍ଶାଇ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟୀ (ଆରପିପି), ନେପାଳ ମେଣ୍ଟ ସରକାରରୁ ନିଜ ସମର୍ଥନ ଫେରାଇବା ନେଇ ଘୋଷଣା କରିଛି। ।
- Get link
- X
- Other Apps
Comments
Post a Comment