୨୭ଜାନୁଆରୀ ୨୦୨୩ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-

ଜାନୁଆରୀ ୨୦୨୩ରେ ଗଣମାଧ୍ୟମରେ ପ୍ରକାଶିତ ଖବର

୧-୭୪ତମ ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ ପତାକା ଉତ୍ତୋଳନ ।

୨-ବିଶ୍ୱ ଦେଖିଲା ଭାରତର ସ୍ୱଦେଶୀ ଯୁଦ୍ଧାସ୍ତ୍ରର ଦମ । ଭାରତର ୭୪ତମ ସାଧାରଣତନ୍ତ୍ର ଦିବସରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଶସ୍ତ୍ର ବଳ ଶକ୍ତି ପ୍ରଦର୍ଶନ କରିଛନ୍ତି 

୩-ଭାରତର ଆମନ୍ତ୍ରଣ ନେଇ ହିନା ରବାନୀ ଖାରଙ୍କ ବୟାନ। କହିଲେ, କୌଣସି କୁଟନୈତିକ ସମ୍ପର୍କ ଚାଲୁନାହିଁ।

୪-ଖୁବ୍‌ଶୀଘ୍ର ୪ ଭାଗ ହେବ ପାକିସ୍ତାନ, ୩ ଭାରତ ସହ ମିଶିଯିବେ: ରାମଦେବଙ୍କ ଭବିଷ୍ୟବାଣୀ   ।

୫-ପୁରୁଷ ହକି ବିଶ୍ଵ କପ୍: କ୍ଲାସିଫିକେସନ ମ୍ୟାଚ୍‌ରେ ଭାରତର ବିପୁଳ ବିଜୟ, ଜାପାନକୁ ୮-୦ରେ ଦେଲା ମାତ୍ ।

୬-ପଦ୍ମ ବିଭୂଷଣ ନୁହେଁ ମୁଲାୟମଙ୍କୁ ଭାରତ ରତ୍ନ ମିଳୁ: ବୋହୂ ଡିମ୍ପଲ୍ ଯାଦବ ।

୭-ବେଙ୍ଗଲରେ ସରସ୍ୱତୀ ପୂଜା ଥିମ୍ ‘ଶିକ୍ଷକ ନିଯୁକ୍ତି ଦୁର୍ନୀତି’, ପେଣ୍ଡାଲରେ ଟଙ୍କା ବିଡାସହ ସ୍ଥାନିତ ହୋଇଛି ପାର୍ଥ ଓ ଅର୍ପିତାଙ୍କ ମୂର୍ତ୍ତି ।

୮-ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି। ଫେସବୁକ ଓ ଇନଷ୍ଟାଗ୍ରାମରେ ହେବାକୁ ଯାଉଛି ଟ୍ରମ୍ପଙ୍କ କମବ୍ୟାକ। ।

୯-କେରଳ ସରକାରଙ୍କ ନୂଆ କଟକଣା, ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ହେବ ରଦ୍ଦ। 


୧୦-ଗୋଟିଏ ନେଗେଟିଭ୍ ରିପୋର୍ଟ ଆଉ ବୁଡି ଗଲା ଆଦାନୀଙ୍କ ୪୮,୦୦୦ କୋଟି ଟଙ୍କା, ସେୟାରଠାରୁ ବଣ୍ଡ ସବୁ ଧରାଶାୟୀ। 

୧୧-କେନ୍ଦ୍ର ବଜେଟ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ପାରମ୍ପାରିକ ‘ହଲୱା ସେରିମନୀ’ ଆୟୋଜିତ ହୋଇଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା।

୧୨-ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ଅନୁଷ୍ଠିତ, ଶ୍ରୀଜିଉଙ୍କ ରଥ ନିର୍ମାଣ ଲାଗି ପୂଜା ହେଲା ୩ଟି ଧଉରା କାଠ ।

୧୩-ଉଲ୍ଲେଖନୀୟ ସେବାପାଇଁ ଲୋକସେବା କନଭେନସନ ସେଣ୍ଟରରେ ୩୪ ଜଣଙ୍କୁ ପୁଲିସ ପଦକ ପ୍ରଦାନ ।

୧୪-ଦକ୍ଷିଣ କୋରିଆ ଏବଂ ଜାପାନ ମଧ୍ୟରେ ସମୁଦ୍ରରେ ବୁଧବାର ଏକ ମାଲବାହୀ ଜାହାଜ ବୁଡ଼ିବା ମାମଲା ସାମନାକୁ ଆସିଥିଲା । ଏହି ଦୁର୍ଘଟଣାରେ ଚାଳକ ଦଳ ସହ ଆଠ ସଦସ୍ୟଙ୍କ ମୃତ୍ୟୁ ହୋଇଛି ।  

୧୫-ଛାତିରେ ଯନ୍ତ୍ରଣା ପରେ ବରିଷ୍ଠ ବଲିଉଡ୍ ଅଭିନେତା ଅନୁ କପୁର ହସପିଟାଲରେ ଭର୍ତ୍ତି ।

 ୧୬-ଉତ୍ତରାଖଣ୍ଡ ଚାମୋଲିରେ ଥିବା ବଦ୍ରିନାଥ ଧାମର ଦ୍ୱାର ଖୋଲିବାର ତାରିଖ ଘୋଷଣା ହୋଇଛି। ଚଳିତ ବର୍ଷ ଏପ୍ରିଲ ୨୭ରେ ସକାଳ ୭ଟା ୧୦ରୁ ଭକ୍ତମାନଙ୍କ ପାଇଁ ଧାମର କବାଟ ଖୋଲାଯିବ।  

୧୭-ଶ୍ରୀନଗରର ଲାଲଚୌକରେ ଉଡ଼ିଲା ତ୍ରିରଙ୍ଗା, ୧୯୯୦ ପରେ ପ୍ରଥମ ଥର ପାଇଁ ଖୋଲା ରହିଲା ଦୋକାନ ବଜାର ।

୧୮-ସାଧାରଣତନ୍ତ୍ର ଦିବସରେ ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ  ତିନି ଜଣ ହାଡକୋର ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି ।

Comments