୨୮ ଜାନୁଆରୀ ୨୦୨୩ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
https://horoscope-panjika.blogspot.com/2023/01/blog-post_28.html





 ଜାନୁଆରୀ ୨୦୨୩ରେ ଗଣମାଧ୍ୟମରେ ପ୍ରକାଶିତ ଖବର


ସନ୍ଧି ନମାନିଲେ ପାଣି ବନ୍ଦ
https://vskodisha.com/odia-news-2733/
କରୋନା ମୁକାବିଲା ପାଇଁ ଭାରତକୁ ନୂଆ ଅସ୍ତ୍ର ମିଳିଛି
https://vskodisha.com/odia-news-2735/
ଜାମ୍ମୁକାଶ୍ମୀରରୁ ସମ୍ପୂର୍ଣ୍ଣ ନିପାତ ହେବ ଆତଙ୍କବାଦ
ଚୀନ ଗତ ପାଞ୍ଚ ବର୍ଷ ଧରି କଠିନ ପରିସ୍ଥିତି ଦେଇ ଗତି କରୁଛି
ଚୀନର ପ୍ରକୃତ ଉଦେ୍ଦଶ୍ୟ ଜଣାପଡ଼ୁଛି

୧-ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ହାରିଲା ଇଣ୍ଡିଆ। 

୨-ହକି ବିଶ୍ୱକପ୍ ମହାଲଢ଼େଇ: ଜର୍ମାନୀ-ବେଲଜିୟମ ମଧ୍ୟରେ ହେବ ଫାଇନାଲ ମୁକାବିଲା .

୩-ବିବାହ ବନ୍ଧନରେ ଆବଦ୍ଧ ହେଲେ ଭାରତୀୟ କ୍ରିକେଟର ଅକ୍ଷର ପଟେଲ । ଭଦୋଦରାରେ ମେହା ପଟେଲଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହୋଇଛି ।

୪-ଦେଶର ବିଦେଶୀ ମୁଦ୍ରା ଭଣ୍ଡାରକୁ ନେଇ ବଡ଼ ଖବର ସାମନାକୁ ଆସିଛି । ଜାନୁଆରୀ ୨୦ରେ ଶେଷ ହୋଇଥିବା ସପ୍ତାହରେ ୧.୭୨୭ ବିଲିୟନ ଡଲାର ବଢିଛି । ଏହାସହ ଦେଶର ବିଦେଶ ମୁଦ୍ରା ଭଣ୍ଡାର ୫୭୩.୭୨୭ ବିଲିୟନ ଡଲାର ହୋଇଛି । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସୂଚନା ଦେଇଛି ।

୫-ବିଶ୍ବକପ ହକି ଫାଇନାଲରେ ପହଞ୍ଚିଲା ବେଲଜିୟମ, ୩-୨ ଗୋଲରେ ପରାସ୍ତ ହେଲା ନେଦରଲ୍ୟାଣ୍ଡ .

୬-ପରୀକ୍ଷା ପେ ଚର୍ଚ୍ଚାରେ ପରୀକ୍ଷାର୍ଥୀ, ଶିକ୍ଷକ ଓ ଅଭିଭାବକଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ .

୭-ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହଙ୍ଗାମା: ୨୪ ଛାତ୍ର ଅଟକ, ୧୪୪ ଧାରା ଲାଗୁ ।

୮-ବଜେଟ୍ ପୂର୍ବରୁ ସେୟାର ବଜାରରେ ହାହାକାର, ୨ ଦିନରେ ନିବେଶକଙ୍କର ବୁଡିଲା  ୧୧ଲକ୍ଷ କୋଟି ଟଙ୍କା ।

୯-କରୋନା ବିରୋଧୀ ଲଢେଇରେ ଅଧିକ ସଶକ୍ତ ହେଲା ଭାରତ । ଆସିଲା ବିଶ୍ୱର ପ୍ରଥମ ନାଜାଲ ଭ୍ୟାକ୍ସିନ । 

୧୦-ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ ହେବ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ପ୍ରତିମୂର୍ତ୍ତି । ନେପାଳର ଗଣ୍ଡାକି ନଦୀରୁ ଆସିଲା ବିରଳ ପଥର । 

୧୧-ମିଳିଲା ଚୋରି ହୋଇଥିବା ମେଡାଲ୍। ଅଲମ୍ପିଆନ୍ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ଘଟଣାରେ ୫ ଗିରଫ। 

୧୨-୨୭୯ ଦିନ ପରେ ଜାମିନରେ ଜେଲରୁ ମୁକୁଳିଲେ ଲକ୍ଷ୍ମୀପୁର ଖୀରି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ।

୧୩-ମୋର୍ବି ପୋଲ ଭୁଶୁଡ଼ିବା ଘଟଣା: ୧୨୬୨ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ପୁଲିସ। 

୧୪-ବିହାରର ଆରା ସହରରେ ବୁଲା କୁକୁର ଆତଙ୍କ ସୃଷ୍ଟି ହୋଇଛି। ଗୋଟିଏ କୁକୁର ଦ୍ବାରା କାମୁଡ଼ାର ଶିକାର ହୋଇ ୭୦ ଜଣ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।  

୧୫-ପୁଣି ବିଧାୟକ ବ୍ରଜଙ୍କୁ ଇଡିର ୫ ଘଣ୍ଟା ଜେରା ।

୧୬-ଖୋଲା ବଜାରରେ ଅଟା କିଲୋଗ୍ରାମ ପିଛା ୨୯.୫୦ ଟଙ୍କାରେ ଉପଲବ୍ଧ ହେବ। କେନ୍ଦ୍ର ସରକାରଙ୍କ ନିର୍ଦେଶ ପରେ ଏଥିପାଇଁ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଓଡ଼ିଶା ପକ୍ଷରୁ ୪୬ହଜାର ମେଟ୍ରିକ ଟନ୍‌ ଗହମର ଟେଣ୍ଡର କରାଯାଇଛି। 

୧୭-ସପ୍ତମକୁ ଖସିଲେ ଆଦାନି: ସମ୍ପତ୍ତିରେ ୪ ଲକ୍ଷ କୋଟି ହ୍ରାସ।

୧୮-ଗତବର୍ଷ ନଭେମ୍ବରରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୯୫,୫୩୧ ବୃଦ୍ଧି ହୋଇଛି। ଫଳରେ ରାଜ୍ୟର ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୨ ହଜାର ୮୦୧କୁ ବୃଦ୍ଧି ପାଇଛି।  

୧୯-ସିନ୍ଧୁ ଜଳ ରାଜିନାମା ; ସଂଶୋଧନ ପାଇଁ ପାକିସ୍ତାନକୁ ଭାରତର ନୋଟିସ ।

୨୦-ଫିଲ୍ମ ବୟକଟ୍ ଟ୍ରେଣ୍ଡ: ଏଭଳି କଥା ଦେଶର ପରିବେଶକୁ ଖରାପ କରେ, ଏମିତି ହେବା ଉଚିତ ନୁହେଁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।


Comments