୩୧ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 


 ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର


ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର ହୋଇଛନ୍ତି । ଡିଭାଇଡରରେ ପିଟି ହୋଇ ତାଙ୍କ କାର୍ ସମ୍ପୂର୍ଣ୍ଣ ଜଳିଯାଇଛି । ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଶୁକ୍ରବାର ସେ ପନ୍ତଙ୍କ ମା’ଙ୍କ ସହ କଥା ହୋଇଛନ୍ତି। 

ମାଆଙ୍କୁ କାନ୍ଧ ଦେଇ ଭାଇଙ୍କ ସହ ମୁଖାଗ୍ନି ଦେଲେ ମୋଦି, ଗାନ୍ଧିନଗର ଶ୍ମଶାନରେ ପଞ୍ଚତତ୍ତ୍ୱରେ ମିଶିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆଙ୍କ ପାର୍ଥିବ ଶରୀର । 

ପ୍ରକାଶ ପାଇଲା ଓଏସଏସସି କମ୍ବାଇନଡ୍‌ ସ୍ନାତକସ୍ତରୀୟ ପରୀକ୍ଷା-୨୦୨୧ର ଫଳ, କଟକର ଦୟାନିଧି ସୁତାର ଟପ୍ପର ।

ତୁର୍କୀର ଏକ ରେଷ୍ଟୁରାଣ୍ଟରେ ବିସ୍ଫୋରଣ, ସାତ ମୃତ; ଗ୍ୟାସ ଲିକରୁ ଦୁର୍ଘଟଣା ସନ୍ଦେହ ।

NSC ଏବଂ ଡାକଘର ଜମା ଉପରେ ସୁଧ ହାର ବୃଦ୍ଧି କଲେ କେନ୍ଦ୍ର ସରକାର, PPF ରେ ହେଲାନି କୌଣସି ପରିବର୍ତ୍ତନ ।

ଭାରତର ସମସ୍ତ ରାଜ୍ୟର ପ୍ରମୁଖ ରାଷ୍ଟ୍ରୀୟ ପବପର୍ବାଣୀ ଓ ଗଣତନ୍ତ୍ର ଦିବସ (ଜାନୁଆରୀ ୨୬), ସ୍ୱାଧିନତା ଦିବସ (ଅଗଷ୍ଟ ୧୫), ଗାନ୍ଧି ଜୟନ୍ତୀ (ଅକ୍ଟୋବର ୨) ତାରିଖକୁ ଡ୍ରାଇ ଡେ ଭାବେ ଘୋଷଣା କରାଯାଇଛି । 

୨୦୨୩ରେ କୋଲକାତାରେ କାର୍ଯ୍ୟକ୍ଷମ ହେବ ଦେଶର ପ୍ରଥମ ଅଣ୍ଡର ଓ୍ବାଟର ଟନେଲ ବା ପାଣି ତଳେ ଥିବା ଟନେଲ । ଏହା ଫଳରେ ଯାତ୍ରୀମାନେ ପ୍ରଥମ ଥର ପାଇଁ ନଦୀ ଶଯ୍ୟା ତଳେ ଯାତ୍ରା କରିପାରିବେ । 

୨୦୨୪  ଲୋକସଭା ନିର୍ବାଚନ; ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରାହୁଲ ଗାନ୍ଧି, ଜାତୀୟ ଗଣମାଧ୍ୟମରେ କମଲନାଥଙ୍କ ଘୋଷଣା ।

ଚୀନରେ କରୋନାର ତାଣ୍ଡବ, ନୂଆ ବର୍ଷରେ ୨୫,୦୦୦ ଛୁଇଁପାରେ ଦୈନିକ ମୃତ୍ୟୁ ସଂଖ୍ୟା ।

 ଭୁବନେଶ୍ବରରେ ‘ସହରାଞ୍ଚଳ ମୋ ସେବା କେନ୍ଦ୍ର’ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଉଦଘାଟିତ. 

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୬୦ତମ ବୈଠକ: ପ୍ରକଳ୍ପ ସ୍ଥିତିକୁ ଆକଳନ ପାଇଁ ପ୍ରସ୍ତୁତ ନୂତନ ଆପ୍‌କୁ ସ୍ୱାଗତ ।

ନୂଆବର୍ଷରେ ବଡଦାଣ୍ଡରେ ଭିଡ ଆଶଙ୍କା: ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା । ବଢିବ ବ୍ୟାରିକେଡ, ହଟିବ ଉଠାଦୋକାନ ।


ହାୱଡାରେ ବନ୍ଦେ ଭାରତ ଏକ୍ସପ୍ରେସ ଲଂଚ ଉତ୍ସବରେ ରାଗିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବିଜେପି କର୍ମୀ ଜୟ ଶ୍ରୀ ରାମ ନାରା ଲଗାଇବାରୁ ରାଗିଗଲେ ମମତା ।

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଶାୟୀ ପ୍ରାର୍ଥୀ ଜାନୁଆରି ୧୭ରୁ ଫେବ୍ରୁଆରି ୧୬ ପର୍ଯ୍ୟନ୍ତ ଅନଲାଇନ ଯୋଗେ ଆବେଦନ କରିପାରିବେ।  

ହକି ବିଶ୍ୱକପ୍ ଆୟୋଜନକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁୟାରୀ ୭ ତାରିଖରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଉରକେଲାକୁ ଦୈନିକ ବିମାନ ସେବା ହେବ ଆରମ୍ଭ । 

-ଆସନ୍ତା ମାର୍ଚ୍ଚରେ ନୂତନ ପାର୍ଲିଆମେଣ୍ଟ ବିଲ୍‌ଡିଂରେ ହେବ ବଜେଟ୍‌ ଅଧିବେଶନର ଦ୍ୱିତୀୟ ଭାଗ l ନୂତନ ସଂସଦ ଭବନରେ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ଫେବ୍ରୁଆରି ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।

ଆଇସିଆଇସିଆଇ ୨୦୨୩ରେ ମୂଲ୍ୟବାନ ଧାତୁ ଦରକୁ ନେଇ ରିପୋର୍ଟ ହେଲା ଜାରି l ଆଗାମୀ ବର୍ଷ ପ୍ରତି ୧୦ ଗ୍ରାମ ସୁନା ଦର ୬୨ ହଜାରକୁ ପହଞ୍ଚିବ। ସେହିପରି ରୂପା କେଜି ୮୦ ହଜାର ଟଙ୍କାକୁ ଛୁଇଁବ ବୋଲି ଅନୁମାନ କରାଯାଉଛି।  

ସାମ୍ନାକୁ ଆସିଲା ରାଜ୍ୟରେ ସାଇବର ଠକେଇର ବାର୍ଷିକ ରିପୋର୍ଟ, ବର୍ଷକରେ ୧୨.୯୬ କୋଟି ଲୁଟିନେଲେ ସାଇବର ଠକ l 

Comments