- MEDIA MONITORING
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:news.vskodisha.com,
- FACEBOOK-https://www.facebook.com/viswasambadkendraodisha
- YOUTUBE-https://www.youtube.com/@vskodisha1
୨୯ ଜୁଲାଇ ୨୦୨୪, ସୋମବାର ଦିନ ବିଭିନ୍ନ ଖବର କାଗଜରେ ପ୍ରକାଶିତ ଖବରର ମୁଖ୍ଯାଶଂ
ତେଲକୋଇ ପୋଲିସ ଦ୍ବାରା 9ଟି ଗୋରୁ ଉଦ୍ଧାର
ଭାରତ ବିରୋଧ ସତ୍ବେ କାନାଡାରେ -ଖଲିସ୍ତାନ ଜନମତ ସଂଗ୍ରହ
ପାକିସ୍ତାନରେ ଦୟନୀୟ ସ୍ଥିତି
➡️୧-ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ l ଏହି ବୈଠକରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଅଧ୍ୟକ୍ଷତା କରିବେ।
➡️୨-ପ୍ରକାଶ ପାଇଲା CUET UG ଫଳାଫଳ, ପରୀକ୍ଷାର୍ଥୀ ଅଫିସିଆଲ୍ ୱେବସାଇଟ୍ ଯଥା exam.nta.ac.in କିମ୍ବା nta.ac.in ପରିଦର୍ଶନ କରି ନିଜର ରେଜଲ୍ଟ ଦେଖି ପାରିବେ l
➡️୩-ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଲେ ବଡ଼ ବୟାନ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର, କହିଲେ ଖୁବଶୀଘ୍ର ରତ୍ନଭଣ୍ଡାରର ହେବ ମରାମତି l
➡️୪-ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୧୦୦ ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ପୃଷ୍ଟିକର ‘ତିଥି ଭୋଜନ’ l
➡️୫-ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଅଯୋଧ୍ୟା ‘ରାମ ଦରବାର ‘ ନିର୍ମାଣ କାର୍ଯ୍ୟ l ଏ ନେଇ ରାମ ମନ୍ଦିର କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଦେଲେ ସୂଚନା l
➡️୬-୩ଟି ପର୍ଯ୍ୟାୟରେ ଖୋଲିଲା ହୀରାକୁଦର ୨୦ଟି ଗେଟ୍ । ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ବଢିଲା ବନ୍ୟା ଭୟ l
➡️୭-ଖୁବ୍ଶୀଘ୍ର ଭୂ-ପୃଷ୍ଠକୁ ଫେରିବେ ସୁନିତା ଓ୍ବିଲିୟମ୍ସ, ଷ୍ଟାରଲାଇନ ସ୍ପେସ୍କ୍ରାଫ୍ଟର ହେଲା ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ l
➡️୮-ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ତଥା ଅଭିଯୋଗ ଶୁଣାଣି ବନ୍ଦ ରହିବ ।
➡️୯-ଭୁଶୁଡ଼ିଲା ଧର୍ମଶାଳା ବିଜେଡି ଗଡ଼ l ଏକାବେଳେ ହାତ ଛାଡ଼ିଲେ ୧୩ ସମିତିସଭ୍ୟ, ୮ ଜଣ ସରପଞ୍ଚ l
➡️୧୦-ଭାରତୀୟ ସିନେମାକୁ ପଛରେ ପକାଇ ଦେଲା Deadpool and Wolverine, ହଲିଉଡ ମୁହାଁ ଭାରତୀୟ ଦର୍ଶକ l ମାତ୍ର ୨ ଦିନରେ ସିନେମାଟି ପ୍ରାୟ ୪୩ କୋଟି ରୋଜଗାର କରି ସାରିଲାଣି ।
➡️୧୧-ରାଜନୀତି ମଇଦାନକୁ ଓହ୍ଲାଇବେ ରଣନୀତିକାର ପ୍ରଶାନ୍ତ କିଶୋର। ପୂର୍ବରୁ ସବୁ ଦଳ ପାଇଁ ନିର୍ବାଚନ ଷ୍ଟ୍ରାଟେଜୀ ତିଆରି କରୁଥିଲେ। ହେଲେ ଏବେ ସେ ରାଜନୈତିକ ଦଳ ଗଠନ କରିବେ ବୋଲି କଲେ ଘୋଷଣା l ୨୦୨୫ରେ ଲଢ଼ିବେ ବିଧାନସଭା ଫାଇଟ୍ l
➡️୧୨-ମହଙ୍ଗା ରିଚାର୍ଜ ପ୍ଲାନ ଯୋଗୁଁ ସିମ୍ ପୋର୍ଟ କରିବାରେ ଭାଙ୍ଗିଲା ରେକର୍ଡ, ୬ ଜୁଲାଇ ସୁଦ୍ଧା ହେଲା ୧୦୦ କୋଟି ପାର l
➡️୧୩-ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆମେରିକାକୁ ଦେଲେ ବଡ ଧମକ l ଯଦି ଆମେରିକା ଜର୍ମାନୀ କିମ୍ବା ୟୁରୋପର କୌଣସି ଅଞ୍ଚଳରେ କ୍ଷେପଣାସ୍ତ୍ର ଲଗାଇବାକୁ ଚେଷ୍ଟା କରେ, ତେବେ ସେ ପୁଣିଥରେ ମଧ୍ୟମ ଧରଣର ପରମାଣୁ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଆରମ୍ଭ କରିବେ l
➡️୧୪-ପେରୁରେ ମିଳିଥିବା ୩ ଆଙ୍ଗୁଠି ଥିବା 'ଏଲିୟନ ମମି'ର ମିଳିଲା ରହସ୍ୟ, ମାନବୀୟ ଢାଞ୍ଚା ନଥିବା କହିଲେ ଗବେଷକ l
➡️୧୫-ପ୍ୟାରିସରେ ଭାରତର ପ୍ରଥମ କଣ୍ଟ୍ରି ହାଉସ ଅର୍ଥାତ୍ ଇଣ୍ଡିଆ ହାଉସ୍ ର ଭାରତୀୟ ଶୈଳୀରେ ଦୀପ ଜାଳି ଶୁଭ ଉଦଘାଟନ କଲେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀ l
➡️୧୬-ଲେବାନନ୍ର ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ରକେଟ୍ ଆକ୍ରମଣରେ ଇସ୍ରାଏଲ ଅଧିକୃତ ଗୋଲାନ୍ ହାଇଟ୍ସର ଏକ ଖେଳପଡ଼ିଆରେ ଖେଳୁଥିବା ୧୨ ଶିଶୁଙ୍କର ହେଲା ମୃତ୍ୟୁ l
➡️୧୭-ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେ ମାସୁଦ ପେଜେଶକିଆନଙ୍କୁ ନୂଆ ରାଷ୍ଟ୍ରପତି ଭାବେ କଲେ ନିଯୁକ୍ତ l
➡️୧୮-ଡକ ଓ୍ଵର୍ଥ ଲୁଇସ ନିୟମ ହିସାବରେ ୭ ଓ୍ଵିକେଟ୍ ରେ ଶ୍ରୀଲଙ୍କାକୁ ହରାଇଲା ଭାରତ l ଏଥିସହ ଭାରତ ୨-୦ରେ ଅଗ୍ରଣୀ ରହି ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଜିତି ନିଜ ନାଁ ରେ କଲା କବ୍ଜା l
➡️୧୯-ପ୍ୟାରିସ୍ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ ଭାରତକୁ ମିଳିଲା ଐତିହାସିକ ସଫଳତା l ମହିଳା ୧୦ ମିଟର ଏୟାର ପିସ୍ତଲ୍ରେ ମନୁ ଭାକର କାଂସ୍ୟ ପଦକ ଜିତି ୧୪୪ କୋଟି ଭାରତୀୟଙ୍କୁ ଚଳିତ ସଂସ୍କରଣର ପ୍ରଥମ ପଦକ ଦେଲେ ଭେଟି l ଦୀର୍ଘ ୧୨ ବର୍ଷ ପରେ ଭାରତକୁ ବଂଧୁକ ଚାଳନାରୁ ମିଳିଲା ପଦକ l
➡️୨୦-ଆଇକନିକ୍ କ୍ରୀଡ଼ା ଆଇକନ୍ ପୁରସ୍କାର ଆସନ୍ତା ଅଗଷ୍ଟ ୧୯ରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ କ୍ରୀଡ଼ା ଉତ୍ସାହୀ, କିମ୍ବଦନ୍ତୀ, ଉଦୀୟମାନ ତାରକା ଏବଂ ଦିବ୍ୟାଙ୍ଗ ଏକତ୍ର ହେବେ l
➡️୨୧-ମହିଳା ଏସିଆ କପ୍ କ୍ରିକେଟରେ ଭାରତକୁ ହରାଇ ଶ୍ରୀଲଙ୍କା ହେଲା ଚାମ୍ପିଅନ l ଭାରତୀୟ ମହିଳା ଦଳକୁ ୮ ଉଇକେଟରେ ପରାଜିତ କରି ଚାମ୍ପିଅନ ଆଖ୍ୟା କଲା ଅର୍ଜନ l
Comments
Post a Comment