୨୮ ଜୁଲାଇ ୨୦୨୪, ରବିବାର ଦିନ ବିଭିନ୍ନ ଖବର କାଗଜରେ ପ୍ରକାଶିତ ଖବରର ମୁଖ୍ଯାଶଂ

 




୨୮ ଜୁଲାଇ ୨୦୨୪, ରବିବାର ଦିନ ବିଭିନ୍ନ ଖବର କାଗଜରେ ପ୍ରକାଶିତ ଖବରର ମୁଖ୍ଯାଶଂ


ଭୀମଭୋଇ ମହାବିଦ୍ଯାଳଯରେ ଏବିଭିପି ବୈଠକ
ଶିଶୁମନ୍ଦିରରେ ବିଜ୍ଞାନମେଳା
କେନ୍ଦ୍ରାପଡାରେ ଭାରତ ବିକାଶ ପରିଷଦର ପ୍ରସ୍ତୁତି ବୈଠକ
ଖୋଲିଲା ବାଇଶିପାହଚ ଆନନ୍ଦବଜାର ଦ୍ବାର


➡️୧-ପ୍ରଥମ ଥର ମଙ୍ଗଳ ଗ୍ରହରେ ମିଳିଲା ଜୀବନର ସଙ୍କେତ! ଚଟାଣରେ ପ୍ରାଚୀନ ଜୀବଙ୍କ ନମୂନା ଠାବ କଲା NASA l

➡️୨-୪୬ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନରେ ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ୭ଟି ନୂଆ ସ୍ଥାନକୁ କରାଗଲା ସାମିଲ l ଏହି ସମସ୍ତ ସ୍ଥାନକୁ “ସାଂସ୍କୃତିକ” ବର୍ଗରେ ଚୟନ କରାଯାଇଛି।

➡️୩-ରାଜ୍ୟପାଳ ନିଯୁକ୍ତିରେ ବଡ଼ ଧରଣର ପରିବର୍ତ୍ତନ କଲେ ରାଷ୍ଟପତି ଦୌପଦୀ ମୁର୍ମୁ। ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା, ସିକ୍କିମ, ଝାଡଖଣ୍ଡ, ମେଘାଳୟ, ମହାରାଷ୍ଟ୍ର, ପଞ୍ଜାବ ଓ ଚଣ୍ଡିଗଡ ଏବଂ ଆସାମର ନୂଆ ରାଜ୍ୟପାଳ କଲେ ନିଯୁକ୍ତ l

➡️୪-ନିତି ଆୟୋଗ ବୈଠକରେ ମୋଦୀ ଦେଲେ ଗୁରୁ ମନ୍ତ୍ର l କହିଲେ ‘ବିକଶିତ ଭାରତ’ ପାଇଁ ସବୁ ରାଜ୍ୟ ଏକାଠି ହୁଅନ୍ତୁ l

➡️୫-ପ୍ରଥମ ଥର ବିଦେଶରେ ରାମ ଲାଲାଙ୍କ ଉପରେ ଜାରି ହେଲା ଡାକ ଟିକେଟ୍, ଦକ୍ଷିଣ-ପୂର୍ବ ଏସିୟ ଦେଶ ଲାଓସ୍ ପିଡିଆର ରାମ ଲଲାଙ୍କ ଉପରେ ଏକ ଡାକଟିକେଟ୍ କଲେ ଜାରି l

➡️୬-ହୀରାକୁଦ ୭ ନମ୍ବର ସ୍ଲୁଇସ୍‌ ଗେଟ୍‌ରୁ ଛଡା ଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ l ଦିନ ୧୨ଟା ପରେ ଆଉ ୭ଟି ଏବଂ ଅପରାହ୍ନ ୨ଟା ପରେ ଆଉ ୬ଟି ଗେଟ୍‌ ଖୋଲାଯିବ l

➡️୭-ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷା ହେବ ଦୂରଗାମୀ କ୍ଷେପଣାସ୍ତ୍ର l ଏଥିପାଇଁ ଜୁଲାଇ ୩୧ ତାରିଖ ଠାରୁ ଅଗଷ୍ଟ ୨ ତାରିଖ ଯାଏ ସକାଳ ୯ଟା୩୦ରୁ ଅପରାହ୍ନ ୪ଟା ୩୦ ଯାଏ ସମୁଦ୍ରରେ ନରହିବାକୁ ପରାମର୍ଶ ଦେଲେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ । 

➡️୮-ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କଲେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି l ଆଳୁ ଯୋଗାଣ ସମସ୍ୟାର ସମାଧାନ ପାଇଁ କଲେ ଆଲୋଚନା l

➡️୯-ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ମାମଲାରେ ଚର୍ଚାରେ ଆସିଲେ ଦୁଇ ବାନ୍ଧବୀ l ସ୍ତ୍ରୀ ମଧୁମିତାଙ୍କ ନଜର ଆଢ଼ୁଆଳରେ ସେ କିଭଳି ଅନ୍ୟ ଦୁଇ ଯୁବତୀ(ଖୋଦ୍‌ ମଧୁମିତାଙ୍କ ବାନ୍ଧବୀ)ଙ୍କ ସହ ଅନୈତିକ ସମ୍ପର୍କରେ ଥିଲେ, ତାହାର ପ୍ରମାଣ ଆପାତତଃ ପ୍ରମାଣିତ ହେବା ଉପରେ l

➡️୧୦-୨୦୧୮ ମସିହାର ଏକ ମାନହାନି ମାମଲାରେ ସୁଲତାନପୁର କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧୀ l

➡️୧୧-ନୂଆଦିଲ୍ଲୀରେ କଂଗ୍ରେସର ନୂଆ ମୁଖ୍ୟାଳୟ ‘ଇନ୍ଦିରା ଭବନ’ର ନିର୍ମାଣ ହେଲା ଶେଷ, ଅଗଷ୍ଟ ୧୫ରେ ହୋଇପାରେ ଉଦଘାଟନ l

➡️୧୨-ଦିଲ୍ଲୀର ତିହାର ଜେଲରୁ ଆସିଲା ଚାଞ୍ଚଲ୍ୟକର ଖବର l  ୧୨୫ କଏଦୀ HIV ପଜିଟିଭ ଚିହ୍ନଟ, ୨୦୦ ସିଫିଲିସ୍‌ରେ ଆକ୍ରାନ୍ତ l ଏହାକୁ ନେଇ ଜେଲ ପ୍ରଶାସନର ହେଲା ମୁଣ୍ଡବିନ୍ଧା l

➡️୧୩-ରାହୁଲ ସାକ୍ଷାତ କରିଥିବା ଜୋତା ଦୋକାନୀଙ୍କ ପାଖକୁ ସିଲେଇ ମେସିନ୍ ପଠାଇଲେ l ଦୋକାନୀ ନିଜ ହାତରେ ତିଆରି  ଦେଲେ ଦୁଇଟି ଜୋତା ଦେଲେ ରିଟର୍ନ ଉପହାର l

➡️୧୪-ଏଣିକି ସ୍ପେସ୍‌ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଯାତ୍ରୀ, ଗଗନଯାନ ମିଶନ ପୂର୍ବରୁ ଇସ୍ରୋର ଆରମ୍ଭ ହେଲା ବଡ଼ ଯୋଜନା l

➡️୧୫-ଜମ୍ମୁକାଶ୍ମୀର କୁପୱାଡାରେ ଆତଙ୍କୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଜଣେ ଯବାନ ସହିଦ, ଜଣେ ଆତଙ୍କୀ ନିପାତ l

➡️୧୬-ଭାରତର ପ୍ରସିଦ୍ଧ ରାମକଥା ମର୍ମଜ୍ଞ ମୋରାରି ବାପୁ ପ୍ରଥମ ଥର ପାଇଁ ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଶୁଣାଇବେ ରାମକଥା l 

➡️୧୭-ତୀର୍ଥଯାତ୍ରୀ ଭିସାରେ ଇରାକ ଯାଇଥିବା ୫୦ ହଜାର ପାକିସ୍ତାନୀ ହେଲେ ନିଖୋଜ l ଚିନ୍ତାରେ ଇରାକ ସରକାର l ପାକିସ୍ତାନ ସରକାରଙ୍କ ଧାର୍ମିକ ବ୍ୟାପାର ମନ୍ତ୍ରୀ ଚୌଧୁରୀ ସାଲିକ ହୁସେନ୍ ଦେଲେ ଏହି ସୂଚନା l

➡️୧୮-ପ୍ରଥମ ଟି-୨୦ : ଶ୍ରୀଲଙ୍କାକୁ ୪୩ ରନରେ ହରାଇଲା ଭାରତ l ଭାରତ ପକ୍ଷରୁ ୨୧୪ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଶ୍ରୀଲଙ୍କା ୧୯.୨ ଓଭରରେ ୧୭୦ ରନ କରି ହେଲା ଅଲଆଉଟ l

➡️୧୯-ପ୍ୟାରିସ୍ ଅଲିମ୍ପିକ୍ସରେ ଚୀନକୁ ପ୍ରଥମ ଗୋଲ୍ଡ, ନିରାଶ କଲେ ଭାରତୀୟ ଖେଳାଳି l

➡️୨୦-ପ୍ୟାରିସ ଅଲମ୍ପିକ୍ସରେ ଭାରତର ପ୍ରଥମ ପଦକ ଆଶା । ମନୁ ଭାକର ରଚିଲେ ଇତିହାସ, ୨୦ ବର୍ଷ ପରେ ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗ ଫାଇନାଲରେ ପ୍ରବେଶ କଲେ ଭାରତୀୟ ସୁଟର ।

Comments