- Get link
- X
- Other Apps
- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
ଆଜିର ତିଥିବାର ନକ୍ଷେତ୍ର ଓ ରାଶୀଫଳ ବିଷୟରେ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ-
https://horoscope-panjika.blogspot.com/
*ଖବର ଆଜିର*
ତାରିଖ ୨୬/୦୨/୨୦୨୩ ରବି ବାର ।
୧-ଫେବ୍ରୁଆରୀ ୨୭ରେ କୃଷକଙ୍କୁ ମିଳିବ ପିଏମ କିସାନର ୧୩ତମ କିସ୍ତି, କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଘୋଷଣା ।
୨-କଟକ ବାରବାଟୀ କିଲ୍ଲା ଦୁର୍ଗ ପରିସରରେ ହାଇକୋର୍ଟର ମ୍ୟୁଜିୟମ ବା ମ୍ୟୁଜିୟମ୍ ଅଫ ଜଷ୍ଟିସ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଏହି ମ୍ୟୁଜିୟମକୁ ଉଦଘାଟନ କରିଛନ୍ତି।
୩-ଆପକୁ ଶକ୍ତ ଧକ୍କା : ଦିଲ୍ଲୀ ଏମସିଡି ଷ୍ଟାଣ୍ଡିଂ କମିଟିରେ ପୁନଃ ନିର୍ବାଚନ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ ।
୪-ଚାନ୍ଦିପୁର ITRରୁ ତଥ୍ୟ ଲିକ୍ ମାମଲା: ବାବୁରାମ ଦେକୁ ୪ ଦିନିଆ ରିମାଣ୍ଡରେ ନେଲା ପୁଲିସ୍ ।
୫-କ୍ରିପ୍ଟୋ ନିୟନ୍ତ୍ରଣ ପାଇଁ ଆସିପାରେ ନିୟମାବଳୀ, ଜି-୨୦ ଅଧ୍ୟକ୍ଷ ଭାବେ IMF, FSBକୁ ଦସ୍ତାବିଜ ପ୍ରସ୍ତୁତ କରିବାକୁ କହିଲା ଭାରତ ।
୬-ପ୍ରତି ୩ ବର୍ଷରେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖନ୍ତି ନୀତୀଶ କୁମାର, ସେଥିପାଇଁ ସେ କଂଗ୍ରେସ ଓ ଆରଜେଡି ସହ ହାତ ମିଳାଇଛନ୍ତି: ଅମିତ ଶାହ ।
୭-ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ ବୁକ୍ ଦିଆଯିବ। ଯେଉଁଥିରେ କି ପିଲାଙ୍କୁ ହୋମ୍ ଓ୍ବାର୍କ କ’ଣ ଦିଆଯାଉଛି ଏବଂ ଶିକ୍ଷକମାନେ କ’ଣ ପଢ଼ାଉଛନ୍ତି ତାହା ଉଲ୍ଲେଖ ରହିବ। ଫଳରେ ଅଭିଭାବକମାନେ ପିଲାର ପାଠପଢ଼ା ବିଷୟରେ ଜାଣିପାରିବେ।
୮-ଡୋନାସ୍କରେ ରୁଷିଆ ପ୍ରଚଣ୍ଡ ଆକ୍ରମଣ । ୨୪୦ ୟୁକ୍ରେନ ସୈନିକଙ୍କ ମୃତ୍ୟୁ ହୋଇଥିବା ରୁଷିଆର ଦାବି ।
୯-ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ପାଇଁ ଭାରତ ରାଜି: ଜର୍ମାନୀ ଚାନ୍ସେଲରଙ୍କ ସହ ଆଲୋଚନା ପରେ କହିଲେ ମୋଦୀ ।
୧୦-ପ୍ରଥମ ଦିନର ବେପାରରୁ ଲାଗୁଛି ମାଡ଼ ଖାଇଗଲା ଅକ୍ଷୟଙ୍କ ’ସେଲ୍ଫି’; କାମ ଦେଲାନି ପ୍ରମୋସନ୍ ।
୧୧-ହିଣ୍ଡେନବର୍ଗ ଚଡ଼କ ପରେ ଆଦାନୀ ସହ ଖସୁଛି ଏଲଆଇସି ସେୟାର: ନିବେଶକ ଓ ବୀମା ଧାରକ ମଧ୍ୟରେ ଭାଳେଣି ।
୧୨-ଏଣିକି କେନ୍ଦ୍ରୀୟ ଯୋଜନାର ନାଁ ପରିବର୍ତ୍ତନ କରିବା ହେବନି ସହଜ: ଯୋଜନାର ନାଁ ବଦଳାଇଲେ ବନ୍ଦ ହେବ ପାଣ୍ଠି ।
୧୩-୨ ଦିନିଆ କୋରାପୁଟ ଗସ୍ତରେ ମୁଖ୍ୟ ଶାସନ ସଚିବ; ଗୁପ୍ତେଶ୍ୱର ମନ୍ଦିର ବୁଲି କଲେ ସ୍ଥିତି ସମୀକ୍ଷା ।
୧୪-କାଙ୍ଗାଳ ପାକିସ୍ତାନକୁ ୭୦କୋଟି ବିଲିୟନ ଡଲାର ଋଣ ଦେଲା ଚୀନ, ଆମେରିକା କହିଲା ଭାରତର ପଡୋଶୀ ଦେଶଙ୍କୁ ଋଣ ଦେଇ ଖେଳ ଖେଳୁଛି ବେଂଜି ।
୧୫-ପଞ୍ଜାବରେ ଯାହା ଘଟୁଛି, ମୁଁ ୨ ବର୍ଷ ଆଗରୁ ପୂର୍ବାନୁମାନ କରିଥିଲି: କଙ୍ଗନା ରାଣାୱତ୍ ।
୧୬-ରାଜନୀତିରୁ ସନ୍ୟାସ ନେବାକୁ ଇସାରା ଦେଲେ ସୋନିଆ ଗାନ୍ଧୀ, ରାୟପୁର ମହାଧିବେଶନରେ ବୟାନକୁ ନେଇ ବଢୁଛି ଚର୍ଚ୍ଚା ।
୧୭-ରାୟପୁରରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଭବ୍ୟ ସ୍ଵାଗତ, ୨ କିମି ଯାଏଁ ରାସ୍ତାରେ ବିଛାଗଲା ଗୋଲାପ ଫୁଲ।
୧୮-ମାର୍ଚ୍ଚ ୫ରୁ ଡାକୋଟାକୁ ଦେଖି ପାରିବେ ସର୍ବସାଧାରଣ ।
୧୯-Meta ଲଞ୍ଚ କଲା ନୂଆ AI ଭାଷା ମଡେଲ ‘LLaMA’: ଗୁଗଲ-ମାଇକ୍ରୋସଫ୍ଟକୁ ଦେବ ଟକ୍କର ।
ସୁପ୍ରଭାତ ,ଶୁଭ ସକାଳ ।
- Get link
- X
- Other Apps
Comments
Post a Comment